ଦେଶବାସୀଙ୍କୁ ମିଳିବ ମାଗଣା କରୋନା ଟିକା

ସାରା ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ବଡ଼ ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ସାରା ଦେଶରେ ମାଗଣାରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍ । ଟିକା ନେବା ପାଇଁ ସାଧାରଣ ଜନତାଙ୍କୁ ଟଙ୍କା ଦେବାକୁ  ପଡ଼ିବ ନାହିଁ । ସାରା ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ବଡ଼ ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ ।

ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ ରିହର୍ସଲ  । ଦିଲ୍ଲୀର GTB ହସ୍ପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ତେବେ ଟିକାକରଣକୁ ନେଇ ଲୋକମାନଙ୍କ ମଧ୍ୟରେ କୌଣସି ସନ୍ଦେହ କିମ୍ବା ଭ୍ରାନ୍ତ ଧାରଣା ନରହୁ । କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଭରସା ଦେଇଛନ୍ତି  ସ୍ୱାସ୍ଥ୍ୟମନ୍ତ୍ରୀ ।

 ଆଜି ସାରା ଦେଶରେ ୧୧୬ ଜିଲ୍ଲାରେ ୨୫୯ଟି ସେଣ୍ଟରରେ ଟିକାର ଡ୍ରାଇ ରନ୍ କରାଯାଉଛି । ରାଜଧାନୀ ଦିଲ୍ଳୀରେ ତିନୋଟି ସେଣ୍ଟରରେ ଡ୍ରାଏ ରନ୍ ଚାଲିଛି । କୋଭିଡ୍‌ ଭ୍ୟାକ୍ସିନ୍‌ ଇଣ୍ଟେଲିଜେନ୍‌ସ୍‌ ନେଟ୍‌ଓ୍ଵାର୍କ’ର ବ୍ୟବହାର ଓ କାର୍ଯ୍ୟକାରିତା ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଡ୍ରାଏ ରନ୍ କରାଯିବାର ମୂଳ ଉଦ୍ଦେଶ୍ୟ । ଟିକାକରଣର ପ୍ରାକ୍ ଅଭ୍ୟାସ ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ଉକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିବା ସହ ଅନ୍ୟାନ୍ୟ ଅସୁବିଡ଼ା ସମ୍ପର୍କରେ ଅନେକ କିଛି ଜାଣିହେବ । ସମସ୍ତ ରାଜ୍ୟର ରାଜଧାନୀରେ ଅତି କମରେ ୩ଟି ସ୍ଥାନରେ ଏହି ର ପ୍ରାକ୍‌-ଅଭ୍ୟାସ ଆୟୋଜନ କରାଯାଇଛି ।  ମହାରାଷ୍ଟ୍ର ଓ କେରଳରେ ରାଜଧାନୀ ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ସହରରେ ମଧ୍ୟ ‘ଡ୍ରାଏ ରନ୍‌’ କରିବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଗତକାଲି କେନ୍ଦ୍ର ସରକାର ସିରମ୍ ଇନଷ୍ଟିଟ୍ୟୁଟର କୋଭିସସିଲ୍ଡ଼କୁ ଅନୁମତି ଦେଇଛନ୍ତି ।

ସେହିପରି ଓଡ଼ିଶାର ୩୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଟରେ ଡ୍ରାଏ ରନ୍ ଚାଲିଛି । ରାଜ୍ୟର ୩୧ଟିି ପଏଣ୍ଟରେ ଭ୍ୟାକ୍ସିନେସନ୍ ଡ୍ରାଏ ରନ୍ ଚାଲିଛି । ପ୍ରତି ପଏଣ୍ଟରେ ୫ ଜଣ ଭେକ୍ସିନେଟର ରହିବା ସହ ୨୫ ଜଣ ହେଲ୍ଥ କେୟାର ଓ୍ୱାର୍କରଙ୍କୁ ନେଇ ଡମି ଟିକାକରଣ କରାଯିବର ଯୋଜନା ରହିଛି । ମକ୍‌ଡ୍ରିଲ୍ ପାଇଁ ୩ଟି ରୁମ ପ୍ରସ୍ତୁତ କରାଯାଇଛି । ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଂଚ କରାଯାଉଛି । ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ ରୁମ୍‌କୁ ଛଡ଼ାଯିଯାଉଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭେକ୍ସିନେସନ ରୁମ୍‌କୁ ପଠାଯଉଛି । ତେବେ  ଟିକାକରଣ ପରେ ଅବଜରଭେସନ ରୁମରେ ୩୦ ମିନିଟ୍ ପର୍ଯ୍ୟନ୍ତ ରଖାଯିବ । ସେଠାରେ ୨ ଜଣ ଅଧିକାରୀ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ନଜର ରଖୁଛନ୍ତି । ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ, ତେବେ ଦାୟିତ୍ୱରେ ଥିବା ଅଧିକାରୀ ଡାକ୍ତରଙ୍କୁ ଖବର ଦେବା ସହ ତୁରନ୍ତ ଚିକିତ୍ସା କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି ।

You might also like