ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୬୪ ହଜାର ୫୩୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୫୩୧ ନୂଆ ମାମଲା ସାମ୍ନାକୁ ଆସିଛି।  ସେହିପରି ୨୪ ଘଣ୍ଟାରେ ୧୦୯୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୨ ହଜାର ୮୮୯କୁ ବୃଦ୍ଧି ପାଇଛି ।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୨୦ ହଜାର ୬୮୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ତାମିଲନାଡୁରେ  ୬୦୦୭, ଦିଲ୍ଲୀରେ ୪୨୨୬, କର୍ଣ୍ଣାଟକରେ ୪୨୦୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଦେଶରେ ମୋଟ ଆକ୍ଟିଭ୍ କେସ୍- ୬ ଲକ୍ଷ ୭୬ ହଜାର ୫୧୪ ରହିଛି । ୨୦ ଲକ୍ଷ ୩୭ ହଜାର ୮୭୦ ରୋଗୀ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

You might also like