• translate
Minati Mishra

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ।  ଦୈନିକ ସଂକ୍ରମଣରେ ଘଟୁଛି ଦ୍ରୁତ ଅବନତି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ୨୪ ଘଣ୍ଟାରେ ୨ ହଜାର ୪୨୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୯ ହଜାର ୧୮୬କୁ ବୃଦ୍ଧି ପାଇଛି । ଏବେ ଦେଶରେ ୧୪ ଲକ୍ଷ ୧ ହଜାର ୬୦୯ ଆକ୍ଟିଭ କେସ ଥିବା ବେଳେ ସୁସ୍ଥ ହେଲେଣି ୨ କୋଟି ୭୧ ଲକ୍ଷ ୫୯ ହଜାର ୧୮୦ ।

ଏଯାବତ୍ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଡୋଜ୍ ଟିକାକରଣ ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖସୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି। କେନ୍ଦ୍ର ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ବୈଠକର ଅଧ୍ୟକ୍ଷତା କରିଥିଲେ।

ଅନ୍ୟପକ୍ଷେ, ଦେଶରେ କରୋନା ସଂକ୍ରମଣ କମିବା ପରେ କିଛି ୫ରୁ ଅଧିକ ରାଜ୍ୟରେ କୋହଳ ହୋଇଛି ଲକ୍ଡାଉନ୍। ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଗୁଜରାଟରେ ଲକଡାଉନ୍ ନିୟମ ନିୟମକୁ କୋହଳ କରାଯାଇଛି। ଆଜିଠାରୁ ଦିଲ୍ଲୀରେ ଅଡ୍ ଇଭିନ୍ ବା ଯୁଗ୍ମ ଅଯୁଗୁ ଫର୍ମୁଲାରେ ବଜାର ଓ ମଲ୍ ଖୋଲିଛି।  କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ଲକଡାଉନ କୋହଳ କରିଛନ୍ତି କେଜରିୱାଲ ସରକାର।

ମଲ୍ ଗୁଡିକ ଅଡ୍ ଇଭିନ୍‌ରେ ଦିନ ୧୦ଟାରୁ ରାତି ୮ଟା ଯାଏ ଖୋଲିବ । ଗୋଟିକିଆ ଦୋକାନ ବି ଖୋଲିଛି। ଲକଡାଉନ୍ କୋହଳ ହେବା ପରେ ହିଁ ଦିଲ୍ଲୀର ବିଭିନ୍ନ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ଜାମ୍ ଲାଗିଛି। ଅନ୍ୟ ରାଜ୍ୟରୁ ଶ୍ରମିକ ଏବେ ଦିଲ୍ଲୀ ଫେରୁଛନ୍ତି।  ସେହିପରି ମହାରାଷ୍ଟ୍ରରେ ୫ଟି  ପର୍ଯ୍ୟାୟରେ ଲକ୍‌ଡାଉନ୍ ନିୟମ କୋହଳ ହୋଇଛି। ଯେଉଁ ଜିଲ୍ଲାରେ ୫ ପ୍ରତିଶତରୁ କମ୍ ପଜିଟିଭିଟି ଏବଂ ୨୫ ପ୍ରତିଶତରୁ କମ ଅକ୍ସିଜେନ୍ ବେଡ୍‌ରେ ଆକ୍ରାନ୍ତ ରହିଛନ୍ତି ସେହି ସବୁ ଜିଲ୍ଲା ଗୁଡ଼ିକରେ ଲକ୍ଡାଉନକୁ କୋହଳ କରାଯାଇଛି।

ଗୁଜରାଟରେ ଶତ ପ୍ରତିଶତ କର୍ମଚାରୀରେ ଆଜିଠୁ କାର୍ଯ୍ୟାଳୟରେ କାମ ଆରମ୍ଭ କରିଛନ୍ତି। ଏହାଛଡ଼ା ଉତ୍ତରପ୍ରଦେଶର ଗୋରଖପୁର, ମେରଠ, ସାହାରନ୍ପୁର ଭଳି ସହରରେ କଟକଣାକୁ କୋହଳ କରାଯାଇଛି।

Other Stories