ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୮୮୬ ମୃତ

ନୂଆଦିଲ୍ଲୀ: କମିବାର ନାଁ ନେଉନି କରୋନା । ଦେଶରେ ଦିନକରେ ୮୮୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି ।

ସେହିପରି ଦେଶରେ ୨୪ ଘଣ୍ଟାରେ ୬୨, ୫୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲାଣି। ତେବେ ୬ ଲକ୍ଷରୁ ଅଧିକ ଆକ୍ଟିଭ କେସ୍‌ ଥିବାବେଳେ ୧୩.୭୮ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି।

ମହାରାଷ୍ଟ୍ରରେ ସର୍ବାଧିକ ୧୬ ହଜାର ୭୯୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁରେ ୪୫୭୧, ଦିଲ୍ଲୀରେ ୪୦୫୯, କର୍ଣ୍ଣାଟକରେ ୨୮୯୭ ଜଣଙ୍କ ମୃତ୍ୟୁ ଘଟିଛି।

You might also like