ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ଆଖି ବୁଜିଲେ ୮୫୭

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ  ୮୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ  କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨, ୫୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୦୮. ୨୫୪ରେ ପହଞ୍ଚିଛି।
ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୮୬,୨୪୪ ଅଛନ୍ତି। ତେବେ ଆଶ୍ୱସ୍ତିର ବିଷୟ, ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧୨,୮୨,୨୧୫। ଦେଶରେ ମୋଟ  ୨,୧୪,୮୪,୪୦୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନ ଦିଆଯାଇଛି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟାରୁ ଜଣାଯାଇଛି, ୧୦ ଲକ୍ଷ ଲୋକରେ ୧, ୩୭୭ ଜଣ କରୋନା ଆକ୍ରାନ୍ତ ହେଉଛନ୍ତି।

 

 

You might also like