Corona Updates: ଦେଶରେ ରେକର୍ଡ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୭୬ ହଜାର ରୋଗୀ

ନୂଆଦିଲ୍ଲୀ:  ଦେଶରେ ମାଡ଼ି ଚାଲିଛି କରୋନା । ଦିନକରେ ୧୦୨୧ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ୭୬ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ତଥ୍ୟକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଖ୍ୟା ୬୨ ହଜାର ୫୫୦ରେ ପହଞ୍ଚିଛି।

ସେହିପରି ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ରେ ପହଞ୍ଚିଛି। ବର୍ତ୍ତମାନ ୭ ଲକ୍ଷ ୫୨ ହଜାର ୪୨୪ ଜଣ ଚିକିତ୍ସିତ ହେଉଥିବା ବେଳେ୨୬ ଲକ୍ଷ ୪୮ ହଜାର ୯୯୮ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୨୩ ହଜାର ୭୭୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୭୦୫୦, କର୍ଣ୍ଣାଟକ ୫୩୬୮ ଓ ଦିଲ୍ଲୀରେ ୪୩୮୯ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

You might also like