ଦେଶରେ ଦିନକରେ ବାହାରିଲେ ୩ ଲକ୍ଷ ୨୩ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ । ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ ଦିନକରେ ୨୭୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ କସ୍‌ ୨୮ ଲକ୍ଷ ୮୨ ହଜାର ୨୦୪ ରହିଛି।

ଲଗାତାର ୬ ଦିନ ପାଇଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଉପରେ ରହିଛି। ତେବେ ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି ରିକଭରି ରେଟ। କାରଣ ରିକଭରି ରେଟ ହ୍ରାସ ପାଇଁ ୮୨.୫୪ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮ ହଜାର ୫୪୬ ଜଣ ରୋଗୀ କରୋନାକୁ ମାତ୍‌ ଦେବାରେ ସଫଳ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଦେଶରେ ୧,୪୫,୫୬,୨୦୯ ଜଣ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି।

ଅନ୍ୟପକ୍ଷେ ଦିଲ୍ଲୀରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। କରୋନା କବ୍‌ଜାରେ ପଡି ଛଟପଟ ହେଉଥିବା ଦିଲ୍ଲୀରେ ଦୈନିକ ୩୫୦ରୁ ଅଧିକ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଏପରିକି ଏଠାରେ ଅନ୍ତିମ ସଂସ୍କାର ପାଇଁ ହାହାକାର ପଡି ଯାଉଛି। ଦିଲ୍ଲରେ ଆଜି ୩୫୦ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଗତକାଲି ୩୫୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀର ସରାୟ କାଲେ ଖାଁ ଶ୍ମଶାନର କ୍ଷମତା ୨୨ ଥିବାବେଳେ ଦୈନିକ ୬୦ରୁ ୭୦ ଶବର ସତ୍କାର କରାଯାଉଛି।  ଶ୍ମଶାନରେ କାମ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଇତିମଧ୍ୟରେ ବଢାଇ ଦିଆଯାଇଛି। ଏପରିକି ସତ୍କାର କାମ ପାଇଁ ପରିବାର ଲୋକଙ୍କୁ ମଧ୍ୟ ହାତ ବଢାଇବାକୁ ପଡ଼ୁଛି।

ଭାରତରେ କରୋନାର ୨ୟ ଲହରର ଭାବହ ସ୍ଥିତି ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ମଧ୍ୟ ଚିନ୍ତା ପ୍ରକଟ କରିଛି। ‘ହୁ’ର ମୁଖ୍ୟ କହିଛନ୍ତି, ଯାହା କରିବା ସମ୍ଭବ, ସବୁକିଛି WHO ପକ୍ଷରୁ କରାଯାଇଛି। ଅକ୍ସଜେନ କନ୍‌ସେଣ୍ଟ୍ରେଟର, ଫ୍ରି ଫେବ୍ରିକେଟେଡ ମୋବାଇଲ ଫିଲ୍‌ଡ ହସ୍ପିଟାଲ ଯୋଗାଇ ଦେଇଛି।

ଅନ୍ୟପକ୍ଷେ ଦେଶରେ କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ଦେଇ କହିଛନ୍ତି, IIT କାନପୁର ଷ୍ଟଡି ଅନୁସାରେ ମେ ୨ୟ ସପ୍ତାହରେ କରୋନା ପିକ୍‌ରେ ପହଞ୍ଚିବ।

 

You might also like