ଦେଶରେ କରୋନା ସ୍ଥିତି ଭୟାନକ; ଦିନକରେ ୪୮, ୯୧୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି କରୋନା । ଦିନକୁ ଦିନ କରୋନା ମୃତ-ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୫୭ ଜଣଙ୍କ ମୃତ୍ୟୁ ଘଟିଲାଣି।  ଏହା ସହିତ ଦିନକରେ ୪୮ ହଜାର ୯୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତକାଲି ସାରା ଦେଶରେ ୪ ଲକ୍ଷ ୨୦ ହଜାର ୮୯୮ ସାମ୍ପଲ ଟେଷ୍ଟ ହୋଇଥିଲା।  ନୂଆ ତଥ୍ୟକୁ ମିଶାଇଲେ ଦେଶରେ ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ଜଣାପଡ଼ିଛି ।

ଏପର୍ଯ୍ୟନ୍ତ ମୋଟ ୮ ଲକ୍ଷ ୪୯ ହଜାର ୪୩୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ୪ ଲକ୍ଷ ୫୬ ହଜାର ୭୧ ରହିଛି । କେବଳ ମହାରାଷ୍ଟ୍ରରେ ୩ ଲକ୍ଷ ୫୭ ହଜାର ୧୧୭ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩, ୧୩୨ ଜୀବନ ଯାଇଛି । ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ୭୭ ହୋଇଥିବା ବେଳେ ତାମିଲନାଡୁରେ ଏହି ସଂଖ୍ୟା ୩ ହଜାର ୩୨୦ରେ ପହଞ୍ଚିଛି । ସେହିପରି  ଗୁଜରାଟରେ ଏହି ସଂଖ୍ୟା ୨ ହଜାର ୨୭୮ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

You might also like