୨୪ ଘଣ୍ଟାରେ ସର୍ବାଧିକ ୪୫ ହଜାର କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୪୫ ହଜାର ୭୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ଦେଶରେ କୋଭିଡ ମାମଲା ୧୨ ଲକ୍ଷ ୩୮ହଜାର ୬୩୫ରେ ପହଞ୍ଚିଛି । ସେହିଭଳି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୦ ହଜାର ପାଖାପାଖି ପହଞ୍ଚିଛି ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧ ହଜାର ୧୨୯ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧ରେ ପହଞ୍ଚିଛି।  ଏବେ ଯାଏ ୭ ଲକ୍ଷ ୮୨ ହଜାର ୬୦୬ ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିବା ବେଳେ ଦେଶରେ  ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ୨୬ ୧୬୭ ।

ମହାରାଷ୍ଟ୍ରରେ ୩ ଲକ୍ଷ ୩୭ ହଜାର ୬୦୭ ଆକ୍ରାନ୍ତ ହୋଇଥିବା ବେଳେ ୧୨ ହଜାର ୫୫୬ ମୃତ୍ୟୁ ବରଣ କରିଛନ୍ତି। ଦିଲ୍ଲୀରେ ୩ ହଜାର ୬୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୩ ହଜାର ୧୪୪ ଏବଂ ଗୁଜରାଟରେ ୨ହଜାର ୨୨୪ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି।

ସେହିପରି ଆସାମରେ ୬୪, ବିହାରରେ ୨୧୭, ଚଣ୍ଡିଗଡ଼ରେ ୧୩, ଆନ୍ଧ୍ର ପ୍ରଦେଶରେ ୮୨୩, ଅରୁଣାଚଳ ପ୍ରଦେଶରେ ୩,  ଛତିଶଗଡ଼ରେ ୨୯, ହରିଆଣାରେ ୩୭୨, ହିମାଚଳ ପ୍ରଦେଶରେ ୧୧, ଜମ୍ମୁ-କଶ୍ମୀରରେ ୨୭୩, ଝାରଖଣ୍ଡରେ ୬୪, କର୍ଣ୍ଣାଟକାରେ ୧୫୧୯, କେରଳରେ ୪୫, ଦ୍ରାଦ୍ରାନଗର ହାବେଳିରେ ୨, ଗୋଆରେ ୨୮, ଗୁଜରାଟରେ ୨୨୨୪, ଲଦାଖରେ ୨, ମଧ୍ୟପ୍ରଦେଶରେ ୭୭୦, ମେଘାଳୟରେ ୪, ଓଡ଼ିଶାରେ ୧୦୮, ପୁଡୁଚେରୀରେ ୩୧, ପଞ୍ଜାବ ୨୬୯, ରାଜସ୍ଥାନରେ ୫୮୩, ତେଲେଙ୍ଗାନାରେ ୪୩୮, ତ୍ରିପୁରାରେ ୯, ଉତ୍ତରାଖଣ୍ଡରେ ୫୭, ଉତ୍ତର ପ୍ରଦେଶରେ ୧୨୬୩ ଓ ପଶ୍ଚିମବଙ୍ଗରେ ୧୨୨୧ ଜଣ ପ୍ରାଣ ହରାଇଛନ୍ତି।

You might also like