ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକରେ ୯୬ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ହଜାରେ ୧,୧୭୪ ଜଣଙ୍କ ମୃତ୍ଯୁ ହୋଇଛି  । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ୮୪,ହଜାର ୩୭୨ରେ ପହଞ୍ଚିଛି । ଦିନକରେ ୮୭, ୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୮କୁ ବୃଦ୍ଧି ପାଇଛି । ମୋଟ ଆକ୍ଟିଭ୍ କେସ୍- ୧୦ଲକ୍ଷ ୧୭ହଜାର ୭୫୪ ରହିଥିବା ବେଳେ କରୋନାରୁ ସୁସ୍ଥ ହେଲେଣି୪୧ଲକ୍ଷ ୧୨ହଜାର ୫୫୧ଜଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା।

ଏଠାରେ କହିରଖିବୁ, ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ଆକ୍ଟିଭ ରୋଗୀଙ୍କ ଠାରୁ ୪ ଗୁଣ ଅଧିକ। ଅନ୍ୟ ପକ୍ଷରେ ବିଶ୍ୱରେ ୬ଟି ଦେଶ ସବୁଠାରୁ ବେଶୀ କରୋନା ପ୍ରଭାବିତ ହୋଇଛନ୍ତି। ଏହି ଦେଶଗୁଡ଼ିକ ହେଲା ଆମେରିକା, ବ୍ରାଜିଲ, ମେକ୍ସିକୋ, ଭାରତ, ବ୍ରିଟେନ, ଇଟାଲୀ।

ତେବେ ଆମେରିକା, ଵ୍ରାଜିଲ, ମେକ୍ସିକୋ, ଭାରତରେ  କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦ ହଜାରରୁ ଅଧିକ ରହିଛି। ଏହି ୪ଦେଶରେ ପାଖାପାଖି ୪.୩୦ ଲକ୍ଷ ଲୋକ କରୋନାରେ ଆଖି ବୁଜିଲେଣି। ବିଶ୍ଵର ସବୁଠାରୁ ଅଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ୨ୟ ସ୍ଥାନରେ ରହିଛି।

 

ଆହୁରି ପଢ଼ନ୍ତୁ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ

‘ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ମିଳିବା ଦରକାର’

ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କଲା ଅଷ୍ଟ୍ରେଜେନିକା

ଦିନକରେ କରୋନା ନେଲା ଆଉ ୬୫୦ ଜୀବନ

କରୋନାରେ ଆଖି ବୁଜିଲେ ଆଉ ୧୫ ଜଣ

ଓଡ଼ିଶାରେ ଦିନକରେ ୧,୬୯୫ କରୋନା ପଜିଟିଭ୍‌ ଚିହ୍ନଟ, କମୁଛି କ୍ୱାରେଣ୍ଟିନ୍ ଓ ଲୋକାଲ୍ କେସ୍‌

ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଅନୁକମ୍ପା ରାଶି ଘୋଷଣା

ଦେଶରେ ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ

You might also like