ଦେଶରେ ୫୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାର କରିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨ହଜାର ୦୬୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୯୦ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୯୦ ଜଣଙ୍କ ମୃତ୍ଯୁ ହୋଇଛି।

ଦେଶରେ ମୋଟ ଆକ୍ଟିଭ୍ କେସ୍ ୯ଲକ୍ଷ ୯୫,୯୩୩ ରହିଥିବା ବେଳେ ସୁସ୍ଥ ହେଲେଣି ୩୯ଲକ୍ଷ ୪୨ହଜାର ୩୬୦ ଜଣ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଥାଉ କି, ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଦୈନିକ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହେଉଛନ୍ତି। ଦେଶରେ ରିକଭରି ରେଟ ୭୮.୫୨ ପ୍ରତିଶତ ରହିଛି। ମୃତ୍ୟୁ ହାର ୧.୬୩ ପ୍ରତିଶତ ରହିଛି। ପଜିଟିଭ ହାର ୮.୦୬ ପ୍ରତିଶତ ରହିଛି।

 

You might also like