ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୬୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାଡ଼ି ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ।  ପ୍ରତିଦିନ ନୂଆ ନୂଆ ରେକର୍ଡ ପାର୍ କରୁଛି ସଂକ୍ରମଣ। ମୃତ୍ୟୁ ସଂଖ୍ୟା ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ଛୁଇଁଛି। ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୬୬ ହଜାର ୯୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୮କୁ ବୃଦ୍ଧି ଘଟିଛି ।

ସେହିପରି ୨୪ ଘଣ୍ଟାରେ ୯୪୨ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ  ଆକ୍ଟିଭ୍ କେସ୍ ୬ ଲକ୍ଷ ୫୩ ହଜାର ୬୨୨ ଥିବାବେଳେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ୧୬ ଲକ୍ଷ ୯୫ ହଜାର ୯୮୨ ।

ମୃତ୍ୟୁହାରରେ ଶୀର୍ଷରେ ରହିଛି ମହାରାଷ୍ଟ୍ର । ଏଠାରେ ୧୮ ହଜାର ୬୫୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁରେ ୫ ହଜାର ୨୭୮, ଦିଲ୍ଲୀରେ ୪ ହଜାର ୧୫୩, କର୍ଣ୍ଣାଟକରେ ୩ ହଜାର ୫୧୦ ଜଣଙ୍କ ମୃତ୍ୟୁ ହୋଇଛି।  ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

You might also like