ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ୯୭ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୭ ହଜାର ୫୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛି।  ଏଯାବତ୍ ଦେଶରେ ୭୭ ହଜାର ୪୭୨ଜଣଙ୍କ ମୃତ୍ୟୁ ହେଲାଣି।

ଆଜିର ଆକ୍ରାନ୍ତଙ୍କୁ ମିଶାଇଵା ପରେ  ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୫୯ ହଜାର ୯୮୫କୁ ବୃଦ୍ଧି ପାଇଛି।  ସେମାନଙ୍କ ମଧ୍ୟରୁ ୯ଲକ୍ଷ ୫୮ ହଜାର ୩୧୬ ଜଣ ଚିକିତ୍ସିତ ହେଉଥିବା ବେଳେ ୩୬ଲକ୍ଷ ୨୪ହଜାର ୧୯୭ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ସୁସ୍ଥ ହାର ଦ୍ରୁତ ଗତିରେ ବଢୁଛି। ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ୮୧, ୫୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶରେ ସୁସ୍ଥ ହାର ୭୭.୭୭ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ

You might also like