ଦେଶରେ ୪୬ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୬ ହଜାରକୁ ପାର କରିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୯୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୩୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ୍ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୯ରେ ପହଞ୍ଚିଛି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧କୁ ବୃଦ୍ଧି ପାଇଛି। ଏବେ ଦେଶରେ ଆକ୍ଟିଭ୍ କେସ୍ ୬ ଲକ୍ଷ ୪୩ ହଜାର ୯୪୮ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧୬ ଲକ୍ଷ ୩୯ ହଜାର ୬୦୦ ଜଣ।
ତେବେ ମହାରାଷ୍ଟ୍ରରେ ପରିସ୍ଥିତି ଏବେ ଯାଏ ସୁଧୁରିନି। ମହାରାଷ୍ଟ୍ରରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଇଛି। ଏବେ ଯାଏ ୧୮ ହଜାର ୩୦୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ତାମିଲନାଡୁରେ ୫୧୫୯, ଦିଲ୍ଲୀରେ ୪୧୩୯, କର୍ଣ୍ଣାଟକରେ ୩୩୯୮ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି।