୪ ଦିନ ପରେ କରୋନାରୁ ମିଳିଲା ସାମାନ୍ୟ ଆଶ୍ଵସ୍ତି: ୪ ଲକ୍ଷରୁ କମିଲା ଦୈନିକ ସଂକ୍ରମଣ

  • ୪ ଦିନ ପରେ ସାମାନ୍ୟ କମିଲା ସଂକ୍ରମଣ
  • ଦିନକରେ ଚିହ୍ନଟ ହେଲେ ୩, ୬୬, ୩୧୭ ରୋଗୀ
  • ଆଖି ବୁଜିଲେ ୩,୭୪୭ରୋଗୀ
  • ସୁସ୍ଥ ହେଲେ ୩, ୫୩,୫୮୦ ଜଣ

ନୂଆଦିଲ୍ଲୀ: ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର ପ୍ରକୋପ ସାମାନ୍ୟ କମିଛି । କରୋନାର ଦୈନିକ ସଂକ୍ରମଣ ଆଜି ୪ ଲକ୍ଷରୁ ସାମାନ୍ୟ କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୬୬, ୩୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୪୭ ରହିଛି । ଗତ କିଛି ଦିନ ଧରି ମୃତକଙ୍କ ସଂଖ୍ୟା ୪ ହଜାର ଉପରେ ଆସୁଥିଲା ।

ତେବେ ସବୁଠାରୁ ଆଶ୍‌:ସ୍ତିର କଥା ଯେ, ଦେଶରେ ନୂଆ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକସଂଖ୍ୟା ହାର ବୃଦ୍ଧି ପାଉଛି । ଫଳରେ ଦେଶରେ ଆକ୍ଟିଭ ସଂଖ୍ୟାହାର କମୁଛି । ଦେଶରେ ୨୪ ଘଣ୍ଟାରେ ୩, ୫୩ ହଜାର ୫୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍‌ ୩୭, ୪୧, ୩୬୮ ରହିଛି । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଏଠାରେ ୪୮,୪୦୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫୭୨ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ଦୀର୍ଘ ମାସ ପରେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ହାର ୫୦ ହଜାର ତଳକୁ ଖସିଛି । ଏପ୍ରିଲ ୫ ତାରିଖ ମହରାଷ୍ଟ୍ରରେ ୪୭, ୨୮୮ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ସେହିପରି କରୋନା ମୁକ୍ତ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ୨୪ ଘଣ୍ଟା ମଧ୍ୟରେ ୬୦ ହଜାରରୁ ଅଧିକ ଲୋକ ରୋଗମୁକ୍ତ ହୋଇଛନ୍ତି । ସେହିପରି ଦିଲ୍ଲୀ, କେରଳ, ଉତ୍ତର ପ୍ରଦେଶ ସ୍ଥିତିରେ ମଧ୍ୟ ସୁଧାର ଆସିଛି । ହେଲେ କର୍ଣାଟକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ୪୭, ୯୩୦ ରହିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯.୩୪ ଲକ୍ଷ ହୋଇଛି । କରୋନାରେ ଆଜି ୪୯୦ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ୧୮, ୭୭୬ରେ ପହଞ୍ଚିଛି ।

You might also like