ଦେଶରେ ୧୧ ଲକ୍ଷ ଟପିଲା କରୋନା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ କମିବାର ନାଁ ଧରୁନି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ ହଜାର ୧୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୧୯୧ରେ ପହଞ୍ଚିଛି। ସେହିପରି  କରୋନା ମୃତ୍ୟ  ସଂଖ୍ୟା ୨୮ ହଜାର ୮୪କୁ ବୃଦ୍ଧି ପାଇଛି।

ଦେଶରେ ଆକ୍ଟିଭ୍ କେସ୍ ୪,୦୨,୫୨୯ ଥିବାବେଳେ ବର୍ତ୍ତମାନ ସୁଦ୍ଧା  ୭,୨୪,୫୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ମହାରାଷ୍ଟ୍ରରେ ୩ ଲକ୍ଷ ୧୮ ହଜାର ୬୯୫ ଆକ୍ରାନ୍ତ ହୋଇଥିବାବେଳେ ୧୨,୦୩୦ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀରେ ୩୬୬୩, ତାମିଲନାଡୁ- ୨୫୫୧ ଓ ଗୁଜରାଟରେ ୨୧୬୨ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

You might also like