ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ବାହାରିଲେ ୮୧ ହଜାର ରୋଗୀ

ନୂଆଦିଲ୍ଲୀ:  ଦେଶରେ ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ପଜିଟିଭ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ  ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । ଦେଶରେ  ବର୍ତ୍ତମାନ ସୁଦ୍ଧା ୧,୧୫,୨୫,୦୩୯ କରୋନା ମୁକ୍ତ ହୋଇଥିବାବେଳେ ଏବେ ଆକ୍ଟିଭ କେସ୍ ରହିଛି ୬ ଲକ୍ଷ ୧୪ ହଜାର ୬୯୬।

ସାରା ଦେଶରେ ଏବେ ୪୫ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯାଉଛି । ଏଯାଏଁ ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଜଣଙ୍କୁ ଟିକା ଦିଆ ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । 

ଏଠି କହିରଖିବୁ, ଗତବର୍ଷ ପରି ଏଥର ମହରାଷ୍ଟ୍ରରେ କରୋନା ଭୟଙ୍କର ରୂପ ନେଇଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩, ୧୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମହାରାଷ୍ଟ୍ରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୨୮, ୫୬, ୧୬୩ରେ ପହଞ୍ଚିଛି। ରାଜ୍ୟର ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ୨୪ ଘଣ୍ଟାରେ ୨୪୯ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁ଼ଦ୍ଧା ୫୪, ୮୯୮ ଜଣଙ୍କର ମୃତ୍ୟୁ ଘଟିଲାଣି।

ସେହିପରି ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାମଧ୍ୟରେ ୨୭୯୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।  ଚଳିତ ବର୍ଷ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜିର ସଂଖ୍ୟା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ କରୋନା ପଜିଟିଭିଟି ରେଟ ୩.୫୭କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁ  ଗୁରୁବାର ୯ ରହିଛି। ସେହିପରି ୨୪ ଘଣ୍ଟାରେ କରୋନାରେ ୧୧୨୧ ଜଣ ଠିକ୍‌ ହୋଇ ଘରକୁ ଫେରିଛନ୍ତି।

ଦେଶରେ କରୋନାର ୨ୟ ଲହର ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ରାଜ୍ୟ ସହ ଗୁରୁତ୍ୱପୂର୍ଣ ବୈଠକ ରଖିଛନ୍ତି। କ୍ୟାବିନେଟ ସଚିବ ଆଜି ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ସହ କରୋନାକୁ ନେଇ ସମୀକ୍ଷା କରାଯାଇଛି।

You might also like