ଭାରତରେ ୩ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର:  ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ଶହ ଟପିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଲାଣି।  ଦେଶରେ ମୋଟ ୮ ହଜାର ୩୫୦ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୭୧୬ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  ୭,୯୮୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦୈନିକ ୧୫ ହଜାର ସାମ୍ପଲ ପରୀକ୍ଷା କରାଯାଉଛି। ଦେଶର ୨୧୯ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ପ୍ରତିଶତ ଏପରି ଅଛନ୍ତି ଯାହାଙ୍କୁ ଆଇସିୟୁରେ ରଖାଯିବାର ଆବଶ୍ୟକତା ରହିପାରେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି।

ସେହିପରି ଜଟିଳ ହେବାରେ ଲାଗିଛି ଦିଲ୍ଲୀ, ତାମିଲନାଡୁ ଓ ମହାରାଷ୍ଟ୍ରର ସ୍ଥିତି । ସବୁଠୁ ଅଧିକ ସଙ୍ଗୀନ ସ୍ଥିତି ଏବେ ମହାରାଷ୍ଟ୍ରରେ। ଗତକାଲି କେବଳ ମହାରାଷ୍ଟ୍ରରୁ ୨୨୧ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୧୪୯ରେ ପହଞ୍ଚିଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାରକୁ ପାର କରିଛି।  ମଧ୍ୟପ୍ରଦେଶରେ ୩୬, ଗୁଜରାଟରେ ୨୨, ଦିଲ୍ଲୀରେ ୧୯ ଓ ତାମିଲନାଡୁରେ ୧୦ଜଣଙ୍କ ସହ ପଞ୍ଜାବରେ ୧୧ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

 

You might also like