କରୋନା ସ୍ଥିତି; ଦେଶରେ କେଉଁଠି କେମିତି ?

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା।  ଆଜି ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି ।  ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ହେଲାଣି । ୧ ଲକ୍ଷ ୯୪ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୬୦ ହଜାର ୩୩୮ ।

କେବଳ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୫ ହଜାର ୬୫୧ । ଏଠାରେ ମୋଟ ୧,୧୬,୭୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫୬୫୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୫୯,୧୬୬ ଜଣ ସୁସ୍ଥ ହୋଇଛନ୍ତି।ହୋଇଥିବା ସେହିପରି  ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୧୯୦୪ରେ ପହଞ୍ଚିଛି। ୨୪ ଘଣ୍ଟାରେ ପୁଣି ରେକର୍ଡ ୨୪ଶହରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଠାରେ ଆକ୍ରାନ୍ତ ହୋଇଥିବା ୪୭,୧୦୨ ଜଣଙ୍କ ମଧ୍ୟରୁ ୧୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ୧୭୪୫୭ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୭୪୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତାମିଲନାଡୁରେ ମୋଟ ୫୦,୧୯୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୭୬ ଜଣଙ୍କ ମୃତ୍ୟୁ ଘଟିଛି। ୨୭,୬୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷେ ଗୁଜରାଟରେ  ୧୫୬୦, ତାମିଲନାଡୁରେ ୫୭୬, ପଶ୍ଚିମବଙ୍ଗରେ ୫୦୬, ମଧ୍ୟପ୍ରଦେଶରେ ୪୮୨, ଉତ୍ତରପ୍ରଦେଶରେ ୪୩୫ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି  ।

ଆହୁରି ପଢ଼ନ୍ତୁ

You might also like