ଦେଶରେ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୭୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ:  ଦେଶରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଲା କରୋନା। ଦିନକରେ ବାହାରିଲେ ପାଖାପାଖି ୭୦ ହଜାର କରୋନା ପଜିଟିଭ। ଏହା ପରେ କରୋନାକୁ ନେଇ ଦେଶରେ ଚିନ୍ତା ବଢି ଯାଇଛି। ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୬୯ ହଜାର ୬୫୨ କରୋନା ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

ସେହିପରି ୨୪ ଘଣ୍ଟାରେ ୯୭୭ କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୫୩ ହଜାର ୮୬୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ଲକ୍ଷ ୩୬ ହଜାର ୯୨୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬ ଲକ୍ଷ ୮୬ ହଜାର ୩୯୫ ଆକ୍ଟିଭ  କେସ୍ ଥିବା ବେଳେ ସୁସ୍ଥ ହୋଇଛନ୍ତି ୨୦ ଲକ୍ଷ ୯୬ ହଜାର ୬୬୫ ଜଣ।

ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ସେହିପରି ଭାରତରେ ୨୪ ଘଣ୍ଟାରେ ୯ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

You might also like