ଦେଶରେ ଦିନକରେ ବାହାରିଲେ ୩ ଲକ୍ଷ ୮୨ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନାର ଲହର ଏବେ ବି ଜାରି ରହିଛି । ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୩୪, ୮୭,୨୨୯ ରହିଛି ଯାହା ମୋଟ ମାମଲାର ୧୬.୮୭ ପ୍ରତିଶତ । ସେହିପରି ସୁସ୍ଥ ହୋଇ ଫେରିଛନ୍ତି ୮୨.୦୩ ପ୍ରତିଶତ ଅର୍ଥାତ୍‌ ୧, ୬୯.୫୧,୭୩୧ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଡୋଜ୍‌ ଟିକାକରଣ ହୋଇସାରିଛି । ସେହିପରି ମୃତ୍ୟୁହାର ହ୍ରାସ ପାଇ ୧.୦୯ରେ ପହଞ୍ଚିଛି ।
ଏଠି ଗତବର୍ଷର ତୁଳନା କଲେ ଦେଖିବାକୁ ମିଳେ, ଗତବର୍ଷ ଅଗଷ୍ଟ ୭ ତାରିଖ ସୁଦ୍ଧା ଦେଶରେ କରୋନା ରୋଗୀ ସଂଖ୍ୟା ୨୦ ଲକ୍ଷ ପାର କରିଥିଲା । ସେହିପରି ଅଗଷ୍ଟ ୨୩ ତାରିଖକୁ ଏହି ସଂଖ୍ୟା ବୃଦ୍ଧି ପାଇ ୩୦ ଲକ୍ଷରେ ପହଞ୍ଚିଥିଲା । ସପ୍ଟେମ୍ବର ୫ ତାରିଖରେ ୪୦ ଲକ୍ଷ ଏବଂ ସେପ୍ଟେମ୍ବର ୧୬ ତାରିଖରେ ୫୦ ଲକ୍ଷ ଛୁଇଁଥିଲା ।
ଏହାପରେ ୨୮ ସେପ୍ଟେମ୍ବରରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଳକ୍ଷ, ଅକ୍ଟୋବର ୧୧ରେ ୭୦ ଳକ୍ଷ, ୨୯ ଅକ୍ଟୋବରରେ ୮୦ ଳକ୍ଷ, ୨୦ ନଭେମ୍ବରରେ ୯୦ ଳକ୍ଷ, ୧୯ ଡିସେମ୍ବରରେ ଏକ କୋଟି ଟପିଥିଲା ।
ଆଇସିଏମଆର ତଥ୍ୟ ଅନୁଯାୟୀ, ମେ’ ୧ ତାରିଖ ସୁଦ୍ଧା ଦେଶରେ ୨୯, ୪୮, ୫୨, ୦୭୮ ନମୂନା ଯାଞ୍ଚ କରାଯାଇଛି । ଏଥିରୁ କେବଳ ମଙ୍ଗଳବାର ୧୫, ୪୧, ୨୯୯ ନମୂନା କେବଳ ମଙ୍ଗଳବାର ଯାଞ୍ଚ କରାଯାଇଛି ।
ଦିଲ୍ଲୀରେ ଲଗାତାର ୨ୟ ଦିନରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ତଳେ ରହିଛି । ସୋମବାର ଦିଲ୍ଲୀରେ କୋଭିଡ ରୋଗୀଙ୍କ ସଂଖ୍ୟା ୧୮,୦୪୩ ଥିବାବେଳେ ମଙ୍ଗଳବାର ୧୯, ୯୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏଠାରେ ୨୪ ଘଣ୍ଟାରେ ୩୩୮ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଗତ ରବିବାର ଦିଲ୍ଲୀରେ ୨୦, ୩୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶନିବାର ୨୫, ୨୧୯ ଜଣ ଚିହ୍ନଟ ହୋଇଥିଲେ ।

ସେହିପରି ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟ ମଧ୍ୟରେ ୫୧, ୮୮୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୪୮.୨୨ ଲକ୍ଷରେ ପହଞ୍ଚିଛି । ଏଥିସହିତ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୯୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।
ସୁଧୁରୁଛି ଦିଲ୍ଲୀ ସ୍ଥିିତି, ୨ ଦିନ ଧରି ୨୦ ହଜାରରୁ କମ୍‌ ରହିଛି ସଂକ୍ରମିତଙ୍କ ସଂଖ୍ୟା

You might also like