ଦେଶରେ ୨୪ ଘଣ୍ଟାରେ ଆଖି ବୁଜିଲେ ୩୮୫ କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରଭାବ ଯଦିଓ କମିଥିବା ଦେଖିବାକୁ ମିଳିଛି ତଥାପି ଭୟ ଦୂର ହୋଇ ନାହିଁ। ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ୧ ଲକ୍ଷ ୪୦ ହଜାର ୯୫୮କୁ ବୃଦ୍ଧି ପାଇଲାଣି। ଇତିମଧ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୦୩ ହଜାର ୭୭୦ ଟପିଥିବାବେଳେ ଗତ ୨୪ ଘଣ୍ଟାରେ ୨୬,୫୬୭ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

 ସେହିପରି ଗତ ୨୪  ଘଣ୍ଟା ମଧ୍ୟରେ ୩୮୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ  ଆକ୍ଟିଭ ସଂଖ୍ୟା  ୩ ଲକ୍ଷ ୮୩ ହଜାର ୮୬୬ ରହିଛି। ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା  ୯୧ ଲକ୍ଷ, ୭୮ ହଜାର ୯୪୬ ଥିବା  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଦିଲ୍ଲୀରେ କରୋନା ସ୍ଥିତି ଗୁରୁତର ଥିବାବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମିଥିବା ନଜରକୁ ଆସିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ୨ ହଜାର ତଳକୁ ରହିଛି।  ଦିଲ୍ଲୀରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସଂକ୍ରମଣ ହାର 4 ପ୍ରତିଶତରୁ କମ୍ ରହିଥିଲା। ସକ୍ରିୟ ରୋଗୀ ସଂଖ୍ୟା 3.78 ପ୍ରତିଶତ ଥିଲା। ପ୍ରଥମ ଥର ପାଇଁ ସକ୍ରିୟ ରୋଗୀଙ୍କ ହାର 4 ପ୍ରତିଶତକୁ ଖସିଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ସୁସ୍ଥ ହାର ମଧ୍ୟ ୯୪ ପ୍ରତିଶତରୁ ଅଧିକ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେହ ୧୬୭୪ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।  ଏହି ୨୪  ଘଣ୍ଟା ମଧ୍ୟରେ ୬୩ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀର କରୋନା ମୃତ୍ୟୁ ସଂଖ୍ୟା ୯୭୦୬ ଥିବା ସୂଚନା ମିଳିଛି।

 

You might also like