ଦେଶରେ ୨୪ ଘଣ୍ଟାରେ ୫୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୫ ହଜାର ୦୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟାରେ ୭୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିିଛି। ଆଜିର ସଂଖ୍ୟାକୁ ମିଶାଇବା ପରେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୧ରେ ପହଞ୍ଚିଛି। ଏବେ ୫ ଲକ୍ଷ ୪୫ ହଜାର ୩୧୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ୧୦ ଲକ୍ଷ ୫୭ ହଜାର ୮୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସବୁଠୁ ଅଧିକ ବିଗିଡ଼ିବାରେ ଲାଗିଛି ମହାରାଷ୍ଟ୍ରରେ ସ୍ଥିତି। କେବଳ ମହାରାଷ୍ଟ୍ରରେ ଏବେ ୧୪ ହଜାର ୭୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଦେଢ଼ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଦିଲ୍ଲୀରେ ୩ ହଜାର ୯୩୬, ତାମିଲନାଡୁରେ ୩ ହଜାର ୮୩୮ଏବଂ ଗୁଜରାଟରେ ୨ ହାଜର ୪୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

You might also like