୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ପୃଥିବୀକୁ ବେକାବୁ କଲାଣି କରୋନା।  ଭାରତରେ ମଧ୍ୟ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଛି।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୧୫ ଲକ୍ଷ ଟପି ଥିବାବେଳେ ୩୪ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି।

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ  ୪୮, ୫୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ୭୬୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪, ୧୯୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫, ୩୧, ୬୬୯ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳାୟ ପକ୍ଷରୁ ସୂଚନା ମିଳିଛି।  ତବେ ଆଶ୍ୱାସନାର ବିଷୟ ଦେଶରେ ୯, ୮୮, ୦୨୯ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୬୭ ଲକ୍ଷ ଟପିଲାଣି । ମୃତକଙ୍କ ସଂଖ୍ୟାର ୬.୬୦ ଲକ୍ଷ ପାର ହୋଇଗଲାଣି।  ସର୍ବାଧିକ ସଂକ୍ରମିତ ଦେଶ ଭାବେ ଆମରିକା ୧ ନମ୍ବରରେ ରହିଛି। ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୪୪.୫୪ ଲକ୍ଷ ଥିବା ବେଳେ ୨ ନମ୍ବରରେ ରହିଛି ବ୍ରାଜିଲ୍‌। ଏଠାରା ୨୪.୫୫ ଲୋକଙ୍କର କରୋନାରେ ମୃତ୍ୟୁ ଘଟି ସାରିଲାଣି।

 

You might also like