ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ମୃତ ୧୦୫୭, ଆକ୍ରାନ୍ତ ୭୭,୨୬୬

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଯେପରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ଚିନ୍ତାର କାରଣ ହୋଇଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଦେଶରେ ୭୫ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ୭୭ ହଜାର ୨୬୬ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହାକୁ ମିଶାଇ ଦେଶରେ ଆକ୍ଟିଭ କରୋନା ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ୪୨ ହଜାର ରହିଛି। ୬୧ ହଜାର ୫୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଲକ୍ଷ ୮୩ ହଜାର ୯୪୮ ଜଣ ରୋଗ ମୁକ୍ତ ହୋଇ ଫେରିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୨୩ ହଜାରର ୪୪୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁରେ ୬, ୯୪୮ ରହିଛି। କର୍ଣ୍ଟାଟକ ଓ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ  ୫, ୨୩୨ ଏବଂ  ୪, ୩୬୯ ରହିଛି । ଅନପକ୍ଷେ ମିଜୋରାମରେ କରୋନାରେ ଜଣଙ୍କର ବି ମୃତ୍ୟୁ ଘଟିନାହିଁ।

ବିଶ୍ୱରେ ସବୁଠାରୁ ଅଧିକ କରୋନା ପ୍ରଭାବିତ ଦେଶ ଭାବେ ଆମେରିକା ପ୍ରଥମରେ ରହିଛି। ଏଠାରେ ୬୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୪୨ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବ୍ରାଜିଲ୍‌ରେ ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଭାରତରେ ପ୍ରତିଦିନ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

 

ଆହୁରି ପଢ଼ନ୍ତୁ

You might also like