ଭାରତରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୩୪ ହଜାର ୮୮୪ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଆଜି ବି ଦେଶରେ ସମାନ ସ୍ଥିତିରେ ରହିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦିନକରେ ୬୭୧ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହ ଦେଶରେ  ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି ।

ସୂଚନା ଥାଉ କି, ଦେଶରେ ୩ ଲକ୍ଷ ୫୮ ହଜାର ୬୯୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୬ ଲକ୍ଷ ୫୩ ହଜାର ୭୫୦ଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଠାରେ ୨ ଲକ୍ଷ ୯୨ ହଜାର ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୪୫୨ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩୫୭୧, ଗୁଜରାଟରେ ୨୧୦୬ ଓ ତାମିଲନାଡୁରେ ୨୩୧୫ ଜଣଙ୍କ ମୃତ୍ୟୁ  ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

You might also like