ଦେଶରେ ୨୪ ଘଣ୍ଟାରେ ୨୮ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୦୦ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ ପୁଣି ରେକର୍ଡ କରିଛି କରୋନା। ଗତ ୨୪ ଘଣ୍ଟାରେ ୨୮ ହଜାର କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତକ ସଂଖ୍ୟା ୨୩ ହଜାର ୧୭୪ରେ ପହଞ୍ଚିଛି।

ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଉଛି। ଗ‌ତ ୨୪ ଘଣ୍ଟା ମଧ୍ୟରେ ୨୮, ୭୦୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,  ୭୮,୨୫୪କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ଟପିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫, ୫୩, ୪୭୧ ଜଣ ସୁସ୍ଥ ହୋଇଥିବାବେଳେ ୩, ୦୧, ୬୦୯ ଜଣ ଚିକିତ୍ସିତ ହେଉଛନ୍ତି।

ମହରାଷ୍ଟ୍ରରେ ୨୪ ଘଣ୍ଟାରେ ୭ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଏଠାରେ ୧୦,୨୮୯ ଜଣ ପ୍ରାଣ ହରାଇଥିବାବେଳେ ୧,୪୦,୩୨୫ ଜଣ ସୁସ୍ଥ ହୋଇଛନ୍ତି ଓ ୧,୦୩,୮୧୩ ଆକ୍ଟିଭ କେସ ରହିଛି।

ତାମିଲନାଡୁରେ  ୫ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୯୬୬ ଜଣଙ୍କ ମୃତ୍ୟୁ ଘଟିଛି ।

You might also like