ଦେଶରେ କରୋନା ନେଲା ୩,୮୬୭ ଜୀବନ

ନୂଆଦିଲ୍ଲୀ:ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ ସ୍ଥିତି। ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟାମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୪୭ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ଏବେ ମୋଟ ୧ ଲକ୍ଷ ୩୧ ହଜାର ୮୬୮ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୪ ହଜାର ୪୪୧ ଜଣ ।

ବିଭିନ୍ନ ମେଡିକାଲରେ ୭୩ ହଜାର ୫୬୦ ଜଣ ଚିକିତ୍ସାଧୀନ ଅଛନ୍ତି।  ମହାରାଷ୍ଟ୍ରରେ ସର୍ବାଧିକ ୪୭,୧୯୦ ଜଣ ଆକ୍ରାନ୍ତ ହେବା ସହ ୧ ହଜାର ୫୭୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗୁଜରାଟରେ ୮୨୯, ମଧ୍ୟପ୍ରଦେଶରେ ୨୮୧, ପଶ୍ଚିମବଙ୍ଗରେ ୨୬୯, ଦିଲ୍ଲୀରେ ୨୩୧, ରାଜସ୍ଥାନରେ ୧୬୦ ଏବଂ ତାମିଲନାଡୁରେ ୧୦୩ ଜଣଙ୍କ ମୃତ୍ୟୁଘ ଘଟିଛି । ସେପଟେ ସିକ୍କିମ୍‌ରେ ପ୍ରଥମ ଥର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

You might also like