କରୋନାର ବିସ୍ଫୋରକ ରୂପ..ଦେଶରେ ଦିନକରେ ବାହାରିଲେ ଲକ୍ଷେ ୧୫ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧, ୨୮, ୦୧, ୭୮୫ ଛୁଇଁଛି। ରିକଭରି ସଂଖ୍ୟା ୧,୧୭, ୯୨,୧୩୫ ହୋଇଥିବାବେଳେ ଆକ୍ଟିଭ ସଂଖ୍ୟା ଅଛି ୮, ୪୩,୪୭୩। ବର୍ତ୍ତମାନ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧, ୬୬, ୧୭୭ ଥିବାବେଳେ ଆଜି ସୁଦ୍ଧା ଦେଶରେ ଟିକା ନେଇଛନ୍ତି ୮, ୭୦, ୭୭, ୪୭୪।
ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢୁଥିବାବେଳେ କେନ୍ଦ୍ର ସରକାର ମଙ୍ଗଳବାର ଏକ ପ୍ରକାର ଚେତାବନୀ ଦେଇଛନ୍ତି। ଆଗାମୀ ୪ ସପ୍ତାହ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ପଡିବ ବୋଲି କହିଛନ୍ତି। କରୋନା ସଂକ୍ରମଣର ଦ୍ୱିତୀୟ ଲହ ଡା. ଡେରୀ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଜନଭାଗିଦାରୀ ଉପରେ ଗୁରୁତ୍ୱ ଦେଇଛନ୍ତି। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡା.ବି.କେ.ପାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆଗାମୀ ୪ ସପ୍ତାହରେ ସଂକ୍ରମଣ ଆହୁରି ଭୟଙ୍କର ରୂପ ନେଇପାରେ। ପୂରା ଦେଶ ଏକଜୁଟ ହୋଇ ଏହାର ମୁକାବିଲା କରିବା ଦରକାର।
ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଛତିଶଗଡ ଦୁର୍ଗ ଜିଲ୍ଲାରେ ସ୍ଥିତି ଭୟଙ୍କର ହୋଇଛି। ଏହାକୁ ମିଶାଇ ଦେଶର ୧୦ଟି ଜିଲ୍ଲା ଚିନ୍ତା ବଢାଇଛି। ଏହି ଜିଲ୍ଲା ଗୁଡିକ ହେଲା ମୁମ୍ବାଇ, ପୁଣେ, ଠାଣେ, ନାଗପୁର, ନାସିକ, ବେଙ୍ଗାଲୁର ସହର, ଔଉରଙ୍ଗାବାଦ, ଅହମଦନଗର, ଦିଲ୍ଲୀ ଏବଂ ଦୁର୍ଗ।
ଗୁଜୁରାଟରେ ମଙ୍ଗଳବାର ୩, ୨୮୦ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩, ୨୪, ୮୭୮ ହୋଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ୪, ୫୯୮ ହୋଇଛି। ଗୁଜରାଟରେ ଏବେ ଆକ୍ଟିଭ କେସ ୧୭, ୩୪୮ ରହିଛି।
ଅନ୍ୟପକ୍ଷେ ଦେଶରେ ଟିକାକରଣ ଜୋରଦାର କରାଯାଇଛି। ଏପ୍ରିଲ ୧ରୁ ୪୫ ବର୍ଷ ବୟସ୍କ ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଭାରତରେ ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୧୮ବର୍ଷରୁ ଅଧିକ ସମସ୍ତଙ୍କର ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । କରୋନା ସଂକ୍ରମଣର ଦ୍ୱିତୀୟ ୱେଭ ଆସିଥିବାରୁ ଟିକାକରଣକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ସଂଘ ଦାବି କରିଛି। ସେପଟେ ଦାବି ନୁହେଁ ଜରୁରୀ ଆବଶ୍ୟକତା ଅନୁସାରେ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି
ସୂଚନାଥାଉ କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଏପ୍ରିଲ ୧୯ରୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ।  ପୂର୍ବରୁ ମେ’ ପହିଲାରୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି ଆମେରିକା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା ।  କିନ୍ତୁ ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ନୂଆ ଘୋଷଣା କରିଛନ୍ତି । 
vaccination
ବିଭିନ୍ନ ରାଜ୍ୟର ଟିକାକରଣ ସଂଖ୍ୟା
You might also like