ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୧୬ ହଜାର ନୂଆ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢାଇ ଚାଲିଛି କୋଭିଡ ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ୪୬୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ  ୧୬ ହଜାର ନୂଆ ପଜିଟିଭ କେସ୍‌ ସାମ୍ନାକୁ ଆସିଛି। ଆଜି ସର୍ବାଧିକ ସଂଖ୍ୟକ ପଜିଟିଭ ବାହାରିଥିବାରୁ କରୋନା ସଂକ୍ରମଣ ନେଇ ଚିନ୍ତାରେ ପଡ଼ିଛନ୍ତି ସରକାର।  ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ ହଜାର ୪୭୬ ପାର୍ କରିଛି ।

ସେହିଭଳି ମୋଟ୍ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୫୬ ହଜାର ୧୮୩ରେ ପହଞ୍ଚିଛି । ଦେଶରେ ମୋଟ୍ ଆକ୍ଟିଭ କେସ୍ ୧ ଲକ୍ଷ ୮୩ ହଜାର ୨୨ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୮ ହଜାର ୬୮୪ ଜଣ ବ୍ୟକ୍ତି।  ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୩୯ ହଜାର ୧୦ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ ୬ ହଜାର ୫୩୧ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ସବୁଠାରୁ ବେକାବୁ ସ୍ଥିତି ଦେଖା ଦେଇଛି ଦିଲ୍ଲୀରେ। ମଙ୍ଗଳବାର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ୩୯୪୭ ଜଣ  କରୋନା ଆକ୍ରାନ୍ତ ହୋଇଥିବାବେଳେ  ମହାରାଷ୍ଟ୍ରରେ ୩ହଜାର୨୦୦ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬,୬୦୨ରେ ପହଞ୍ଚିଛି। ସେଥିରୁ ୨୩୦୧ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭୧୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ଦିଲ୍ଲୀରେ ୨୪୯୮୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୦୧୦ ଥିବା ବେଳେ ୬୫୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ୬୯,୬୩୧ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀ କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷେ ଗୁଜରାଟରେ ୧୭ଶହ ଦଶ, ତାମିଲନାଡୁରେ ୮୩୩ ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା ।

ଆହୁରି ପଢ଼ନ୍ତୁ

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

You might also like