ଭାରତରେ କରୋନା: ୨୪ ଘଣ୍ଟାରେ ୭,୪୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ସର୍ବାଧିକ ୭ ହଜାର ୪୬୬ ନୂଆ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଦିନକରେ ୧୭୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୬୫ ହଜାର । ସେହିଭଳି କରୋନା ଜନିତ ମୃତ୍ୟୁ  ସଂଖ୍ୟା୪ ହଜାର ୭୦୬ ପାର୍ କରିଛି ।

ଦେଶରେ ଆକ୍ଚିଭ୍ କେଶ୍ ୮୯ ହଜାର ୯୮୭ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୧ ହଜାର ୧୦୫ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୫୯ ହଜାର ୫୪୬ ଆକ୍ରାନ୍ତ ହୋଇଥିବା ବେଳେ ୧୯୮୨ ଜଣ ପ୍ରାଣ ହରାଇଛନ୍ତି । ଗୁଜରାଟ ମୃତ୍ୟୁ ସଂଖ୍ୟା ୯୬୦, ମଧ୍ୟପ୍ରଦେଶରେ ୩୨୧, ଦିଲ୍ଲୀରେ ୩୧୬ଜଣଙ୍କର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି।

ସେହିଭଳି ପଶ୍ଚିମବଙ୍ଗ ୨୯୫, ଉତ୍ତରପ୍ରଦେଶରେ ୧୯୭, ରାଜସ୍ଥାନରେ ୧୮୦ଙ୍କ ଜୀବନ ଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like