ଦେଶରେ ୧୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୩୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୨୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭୪୮ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଲୋକ ଲୋକ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟତଃ ମୁମ୍ବାଇ, ପୁଣେ, ନାଗପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଏହା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ,ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି।

ଦେଶରେ ୫ ଲକ୍ଷ କରୋନା ରାପିଡ୍ ଟେଷ୍ଟ କିଟ୍ ପହଞ୍ଚିଛି। ଦୁଇଟି ଭିନ୍ନ ଭିନ୍ନ କମ୍ପାନୀ ପକ୍ଷରୁ ୫ ଲକ୍ଷଟି କିଟ୍ ଆସିଛି। ଯେଉଁମାନଙ୍କ ପାଖରେ ଲକ୍ଷଣ ଦେଖାଯାଉଥିବ, ସେମାନଙ୍କ କ୍ଷେତ୍ରରେ ଏହି ଟେଷ୍ଟ ହେବ।

You might also like