ପୁଣି ଉପର ମୁହାଁ ହେଉଛି କି କରୋନା ଗ୍ରାଫ୍‌ ? ଆଜି ବି ବାହାରିଲେ ୨ ଲକ୍ଷରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୀର୍ଘ ୪୦ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଦେଶର ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଥିବାବେଳେ ଗତକାଲିଠାରୁ ପୁଣି ବଢ଼ଛି। ଗତକାଲି ୨,୦୮,୯୨୧ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ୨,୧୧,୨୭୫ ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୨୪ ଘଣ୍ଟାରେ ଦେଶରୁ ୩,୮୪୧ ଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କାଟି ୭୫ ଲକ୍ଷ ୫୭ ହଜାର ୩୮ ଛୁଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୨୪ ଲକ୍ଷ ୧୫ ହଜାର ୭୬୧ ଥିବାବେଳେ ସୁସ୍ଥ ହୋଇଛନ୍ତି ୨ କୋଟି ୪୬ ଲକ୍ଷ ୨୬ ହଜାର ୧୪ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୩ ଲକ୍ଷ୧୫ ହଜାର ୨୬୩ ଜଣଙ୍କର ମୃତ୍ୟୁ ଘଟିଲାଣି।

ତେବେ ଅଧିକ ପ୍ରଭାବିତ ରାଜ୍ୟ ମାନଙ୍କରେ କାରୋନା ସଂକ୍ରମଣ ବୁଧବାର ସାମାନ୍ୟ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି। ମହାରାଷ୍ଟ୍ରରେ ବୁଧବାର ୨୪, ୭୫୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୩, ୦୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁ ହାର କମିନି, ଯାହା ଚିନ୍ତାର ବିଷୟ ହୋଇଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୬.୫୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୨.୪୧ ଲକ୍ଷ ଲୋକ ସୁସ୍ଥ ହୋଇ ଫେରିଥିବାବେଳେ ୯୧.୩୪୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଆକ୍ଟିଭ କେସ ୩.୧୫ ଲକ୍ଷ ରହିଛି।

ସେହିପରି ବିହାରରେ ୨୪ ଘଣ୍ଟାରେ ୯୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୮୪୫ ଛୁଇଁଛି। ଗତ ୨୪ ଘଣ୍ଟାରେ ୨୬୦୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬,୯୮,୩୨୯ରେ ପହଞ୍ଚିଛି।

You might also like