କମୁଛି, କିନ୍ତୁ ଭୟ ଯାଇନି: ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ କରୋନା ରୋଗୀ

ନୁଅଦୀଲ୍ଲି:କରୋନାକୁ ନେଇ ଆସିଛି ଅଶ୍ୱସ୍ତିର ଖବର। ଗତ କିଛି ଦିନ ହେବ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବା ବେଳେ ୨ ଦିନ ହେବ ଏହା ସାମାନ୍ୟ ହ୍ରାସ ପାଇଛି । ଆଜି ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୩ ଲକ୍ଷ ତଳେ ରହିଛି । ଦେଶରେ ଜାରି ରହିଛି କରୋନା ସଂକ୍ରମଣର ୩ ଲକ୍ଷ ପ୍ଲସ୍ ଟ୍ରେଣ୍ଡ । ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫କୁ ବୃଦ୍ଧି ପାଇଛି ।

ସେହିପରି ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୮ ଶହ ୭୬ ଜଣ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୯ ହଜାର ୯ ଶହ ୯୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆକ୍ଟିଭ କେସ୍ ୩୭ ଲକ୍ଷ ୧୫ ହଜାର ୨ ଶହ ୨୧ ଥିବା ବେଳେ ଏଯାଏ ସୁସ୍ଥ ହେଲେଣି ୧ କୋଟି ୯୦ ଲକ୍ଷ ୨୭ ହଜାର ୩୦୪ ଜଣ ।

ଏଯାବତ ୧୭ କୋଟି ୨୭ ଲକ୍ଷ ୧୦ ହଜାର ୬୬ ଡୋଜ୍ ଟିକାକରଣ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ତିରୁପତିରେ ସରକାରୀ ମେଡିକାଲରେ ଅକ୍ସିଜେନ୍ ଅଭାବରୁ ଆଇସିୟୁରେ ଥିବା ୧୧ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ସୂଚନା ଥାଉ କି,   ଅଧିକ ଲୋକ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ର, ରାଜସ୍ଥାନ, ଦିଲ୍ଲୀରେ ସୁସ୍ଥ ହାର ଅଧିକ ରହିଛି । ସୁସ୍ଥ ରୋଗୀଙ୍କ ମଧ୍ୟରୁ ୭୪ % ହେଉଛନ୍ତି ଏସବୁ ଦେଶର। ଦେଶରେ ଏବେ ସୁଦ୍ଧା ୧୭.୨୬ କୋଟି କୋଭିଡ ୧୯ ଟୀକା ଲୋକଙ୍କୁ ଦିଆଯାଇଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୧୮ରୁ ୪୪ ଆୟୁ ବର୍ଗର ୫,୧୮,୪୭୯ ଲୋକଙ୍କୁ ପ୍ରଥମ ଡୋଜ ମିଳିଛି । ଏଥି ସହିତ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ତେବେ ଦେଶରେ ଦ୍ଵିତୀୟ ଡ଼ୋଜ଼ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ୨ୟ ଡୋଜ ଦେବା ପାଇଁ ସରକାର ତତ୍ପରତା ଦେଖାଉଛନ୍ତି ।

You might also like