୪୮୦ ଛୁଇଁଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୮୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୯୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧୯୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ,ରାଜସ୍ଥାନ, ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି।

ବିଶ୍ୱ ସହିତ କାନ୍ଧରେ କାନ୍ଧ ମିଳାଇ କରୋନା ଭ୍ୟାକ୍ସିନ୍‌ ତିଆରି କରିବାରେ କାର୍ଯ୍ୟ କରୁଛି ଭାରତ। ଏ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତ ଭଲ କାମ କରୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ  କରୋନା ବିରୋଧୀ ପ୍ରତିଷେଧକ ବାବଦରେ ସୂଚନା ଦେବା ବେଳେ ଏହା କହିଛନ୍ତି ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ।

You might also like