କିଲର କରୋନା: ଇଟାଲିରେ ଗୋଟିଏ ଦିନରେ ୯୨୦ ମୃତ

ରୋମ: କରୋନା ଭାଇରସ୍‌ କବଜାରୁ ସତରେ ଇଟାଲି ମୁକ୍ତି ପାଇବ ! କାରଣ କରୋନା ପ୍ରକୋପ ଏଠାରେ ଦିନକୁ ଦିନ ବଢିବାରେ ଲାଗିଛି । ଶୁକ୍ରବାର ଏଠାରେ ଭୟଙ୍କର ରେକର୍ଡ ଦେଖିବାକୁ ମିଳିଛି । ଏଠାରେ ଶୁକ୍ରବାର ପ୍ରାୟ ୯୨୦ ଜଣଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି । ଏହାକୁ ମିଶାଇ ବିଶ୍‌:ରେ କରୋନ ମୃତ୍ୟୁ ସଂଖ୍ୟା ୨୬, ୩୫୦ରେ ପହଞ୍ଚିଛି ।
ତାଜା ସୂଚନା ଅନୁଯାୟୀ, ଇଟାଲିରେ ଶୁକ୍ରବାର ମୃତକଙ୍କ ସଂଖ୍ୟା ରେକର୍ଡ କରିଛି । ଶୁକ୍ରବାରର ମୃତ୍ୟୁ ସଂଖ୍ୟା ମିଶାଇଲେ ୟୁରୋପୀୟ ଦେଶରେ ଏବେ ୯, ୧୩୪ଙ୍କ ପ୍ରାଣ ନେଲ।ଣି କରାନା ଭାଇରସ୍‌ । ଏଠାରେ ୮୬, ୪୯୮ ଲୋକଙ୍କର ଲୋକ କରୋନା ପଜେଟଭ ଆସିଛି । ତେବେ ଏମାନଙ୍କ ମଧ୍ୟରୁ ୧୦, ୯୫୦ ସୁସ୍ଥ ହୋଇଛନ୍ତି । ଆଜିର ଏଇ ମୃତ୍ୟୁ ସଂଖ୍ୟାକୁ ଦେଖିବା ପରେ ଚିକିତ୍ସକମାନେ ବି ମୁଣ୍ଡରେ ହାତ ଦେଇ ବସିଛନ୍ତି ।


ଇଟାଲି ପରେ ଏବେ ସ୍ପେନ୍‌ରେ ଗୋଟିଏ ଦିନରେ ୫୬୯ ଜୀବନ ଚାଲିଗଲାଣି । ଏହାକୁ ମିଶାଇ ଏଠାରେ ମୃତକଙ୍କ ସଂଖ୍ୟା ୪,୯୩୪ରେ ପହଞ୍ଚିଛି । ଅନ୍ୟପକ୍ଷେ ଆମେରିକାରେ ମଧ୍ୟ ଶୁକ୍ରବାର ଭୟାନକ ସ୍ଥିତି ଦେଖିବାକୁ ମଳିଛି । ଏଠାରେ ସବୁଠାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆଜି ୭,୮୯୪ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩, ୩୨୯ରେ ପହଞ୍ଚିଛି । ଏଠାରେ କୋଭିଡ ୧୯ ୧୩୮୪ ଜଣଙ୍କ ଜୀବନ ନେଲାଣି ।
ତେବେ କରୋନା ଭାଇରସର ଉତ୍ପତି ସ୍ଥଳ ଚୀନ ଏବେ ତିନି ନମ୍ବରରେ ରହିଛି । ଏଠାରେ ଚୀନ୍‌ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧, ୩୪୦ ଥିବାବେଳେ ମୃତକଙ୍କ ସଂଖ୍ୟା ୩,୨୯୨ ରେ ପହଞ୍ଚିଛି । ସେହିପରି ଇରାନ୍‌ରେ ୨,୩୭୮ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୩୨, ୩୩୨ ଜଣ କରୋନା ପଜିଟିଭ ଅଛନ୍ତି

 

You might also like