କରୋନା ଅପ୍‌ଡେଟ୍‌: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୫ହଜାର ୩୦୦ ସୁସ୍ଥ ହୋଇଥିବା ବେଳେ ୬୩ହଜାର ୬୨୪ଜଣ ଚିକିତ୍ସିତ ହେଉଛନ୍ତି।

ଗତକାଲି ଗୋଟିଏ ଦିନରେ ୫ ହଜାର ୬୦୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ ହଜାର ୪୩୫ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ସର୍ବାଧିକ ୩୯ ହଜାର ୨୯୭ ଆକ୍ରାନ୍ତ ହୋଇଥିବା ବେଳେ ୧୩୯୦ଜଣଙ୍କ ମୃତ୍ୟୁ ହୋଇଛି।  ମଧ୍ୟପ୍ରଦେଶରେ ୨୬୭, ପଶ୍ଚିମବଙ୍ଗ ୨୫୩, ରାଜସ୍ଥାନରେ ୧୪୭, ଦିଲ୍ଲୀରେ ୧୭୬ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

You might also like