କମୁନି କରୋନା: ୮୨ ହଜାର ଆଡ଼େ ମୁହାଁଇଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୮୨ ହଜାର ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ପଜିଟିଭ ଚିହ୍ନଟ ହେବା ସହ ମୋଟ ୮୧ ହଜାର ୯୭୦ ଜଣ ସଂକ୍ରମିତ ହେଲେଣି। ସେହିଭଳି ମୃତ୍ୟୁସଂଖ୍ୟା ୨ ହଜାର ୬୪୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟା ଭିତରେ ୧୦୦ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା ଭୂତାଣୁ। ଦେଶରେ ଏବେ ୫୧ ହଜାର ୪୦୦ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ୨୭ ହଜାର ୯୧୯ ଜଣ ଏଯାଏ ସୁସ୍ଥ ହେଲେଣି। ଆରୋଗ୍ୟ ହାର ୩୪ ପ୍ରତିଶତ ରହିଛି।

ସେପଟେ କିନ୍ତୁ ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ରାଜ୍ୟରେ ମୋଟ ୨୭ ହଜାର ୫୨୪ ଜଣ ସଂକ୍ରମିତ ଥିବାବେଳେ ମୃତ୍ୟୁ ସଂଖ୍ୟା ୧ ହଜାର ପାର୍ କରିଛି। ରାଜ୍ୟରେ ଏଯାବତ ୧ ହଜାର ୧୯ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ତାମିଲ୍‌ନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬୭୪ ଥିବା ବେଳେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପଛକୁ ଥିବା ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫୯୧ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫୮୬ ରହିଛି। ସେହିଭଳି ରାଜଧାନୀରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪୭୦ ଥିବା ବେଳେ ୧୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ୍।

COVID-19 Statewise Status (Click to expand)

S. No.Name of State / UTTotal Confirmed cases*Cured/Discharged/MigratedDeaths**
1Andaman and Nicobar Islands33330
2Andhra Pradesh2205119248
3Arunachal Pradesh110
4Assam87392
5Bihar9944117
6Chandigarh191373
7Chhattisgarh60560
8Dadar Nagar Haveli100
9Delhi84703045115
10Goa1470
11Gujarat95913753586
12Haryana81843911
13Himachal Pradesh74392
14Jammu and Kashmir98348511
15Jharkhand197873
16Karnataka98746035
17Kerala5604914
18Ladakh43220
19Madhya Pradesh44262171237
20Maharashtra2752460591019
21Manipur320
22Meghalaya13111
23Mizoram110
24Odisha6111583
25Puducherry1391
26Punjab193522332
27Rajasthan45342580125
28Tamil Nadu9674224066
29Telengana141495034
30Tripura156290
31Uttarakhand78501
32Uttar Pradesh3902207288
33West Bengal2377768215
Total number of confirmed cases in India81970#279202649
You might also like