ଆମେରିକାରେ କରୋନା; ୨୪ ଘଣ୍ଟାରେ ନେଲା ୨୨ ଶହରୁ ଅଧିକ ଜୀବନ

ୱାଶିଂଟନ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ।  ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ । ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୫ ହଜାର ୭୨୪ରେ ପହଞ୍ଚିଛି ।

ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୮ ହଜାର ଟପି ଥିବା ବେଳେ ବ୍ରିଟେନ, ସ୍ପେନ, ଓ ଫ୍ରାନସରେ ସ୍ଥିତି ପୂର୍ବପରି ଅତି ସଂଗୀନ ରହିଛି।  ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୨୭ ହଜାର ପାଖାପାଖି ହୋଇଥିବା ବେଳେ ସ୍ପେନ୍ ଓ ଫ୍ରାନସରେ ୨୫ ହଜାର ଛୁଇଁବାକୁ ବସିଛି।

ସମଗ୍ର ବିଶ୍ୱରେ ଏବେ ୩୩ ଲକ୍ଷ ୭୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୩୮ ହଜାର ଅତିକ୍ରମ କରିବାକୁ ବସିଛି । ୧୦ଲକ୍ଷ ୭୦ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏପଟେ ଋଷର ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ୍ ଓ ପାକିସ୍ତାନ ନ୍ୟାସନାଲ ଆସେମ୍ଲିର ବାଚସ୍ପତି ଅସଦ୍ କାଇଜର କରୋନାରେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ସେ ସୁସ୍ଥ ହୋଇ କାମରେ ଯୋଗ ଦେଲେଣି।

ଭାରତରେ ମଧ୍ୟ କରୋନା ସ୍ଥିତି ଦିନକୁ ଦିନ ବିଗୁଡୁ ଥିବାରୁ ୨ୟ ପର୍ଯ୍ୟାୟ ଲକ୍‌ ଡାଉନ ଅବଧି ସରିବା ପୂର୍ବରୁ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିଛନ୍ତି।

     

    ଆହୁରି ପଢ଼ନ୍ତୁ

    ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

    ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

    କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

    ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

    ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

    COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

    ୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

    ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

    କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

    ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

    ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

    ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

    You might also like