୨୪ ଘଣ୍ଟା ମଧ୍ୟରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୨ଶହ ଟପିଲା

ୱାଶିଂଟନ: ସାରା ବିଶ୍ୱରେ ବଢ଼ିଚାଲିଛି କରୋନା ଜନିତ ସଂଖ୍ୟା । ବିଶେଷ କରି ଆମେରିକା ଏବଂ ସ୍ପେନରେ ଚିନ୍ତାଜନକ ସ୍ଥିତି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ୧୨ଶହ ଟପିଛି ମୃତକଙ୍କ ସଂଖ୍ୟା। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩ ଲକ୍ଷ ୩୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚିଲାଣି।

ସାରା ବିଶ୍ୱରେ ୧୧ ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି। ସ୍ପେନରେ ଗୋଟିଏ ଦିନରେ ୬୯୪ ଜଣଙ୍କ ମୃତ୍ୟୁ ସେଠାକାର ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଇଂଲଣ୍ଡରେ ସର୍ବାଧିକ ୫ ହଜାର ୯୦୩ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା କବଳରେ ଥିବା ପୃଥିବୀର ୨୦୬ ଦେଶର ମୋଟ ୧୨ ଲକ୍ଷ ୭୫ ହଜାର ୭୭୩ ଜଣ ସଂକ୍ରମିତ ହୋଇସାରିଲେଣି । ୬୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଏହି ମହାମାରୀ ଭୂତାଣୁ ସେହିପରି ୨ଲକ୍ଷ ୬୩ ହଜାରରୁ ଅଧିକ ସୁସ୍ଥ ହୋଇସାରିଲେଣି॥

You might also like