ଆମେରିକା ଓ ଇଟାଲୀ ପରେ ୟୁରୋପୀୟ ଦେଶକୁ କାୟା ବିସ୍ତାର କରୁଛି କରୋନା

ନ୍ୟୁୟର୍କ: କରୋନା କବଳରେ ସାରା ବିଶ୍ୱ। ୨୧୦ ଦେଶରେ ୨୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଏଯାଏଁ ଏହି ମହାମାରୀରେ ଗଲାଣି ଲକ୍ଷେ ୬୧ ହଜାରରୁ ଅଧିକ ଜୀବନ। କୋଭିଡ ୧୯ ମହାମାରୀରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୮ ହଜାର ଟପିଥିବା ବେଳେ ୩୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ଆକ୍ରାନ୍ତ ସଂଖ୍ୟାରେ ସ୍ପେନ୍ ଦ୍ୱିତୀୟରେ ଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଇଟାଲୀ ଦ୍ୱିତୀୟ ସ୍ଥାନରେ ରହିଛି। ଇଟାଲୀରେ ୨୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସାରା ୟୁରୋପୀୟ ଦେଶରେ କରୋନା ନିଜର କାୟା ବଢାଇ ଚାଲିଛି। ଫ୍ରାନ୍ସ, ଜର୍ମାନୀ, ୟୁକେ ଅବସ୍ଥା ବି ସଂଗୀନ ରହିଛି।

You might also like