ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ୬ ଶହ ୩୦ଜଣ।

୧୪ ଦିନ ତଳେ ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୧୪.୦୬ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଏବେ ୨୫.୧୯ ପ୍ରତିଶତରେ ପହଞ୍ଚିଛି। ଯାହାକି ଦେଶ ପାଇଁ ଶୁଭ ସଙ୍କେତ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ।

ବର୍ତ୍ତମାନ ଆମ ଦେଶରେ ୨୩ ହଜାର ୬୫୧ ସକ୍ରିୟ କେସ୍‌ ଥିବା ବେଳେ ମୃତକଙ୍କ ସଂଖ୍ୟା ୧ ହଜାର ୭୪ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ କରୋନା ଆକ୍ଟିଭ ସଂଖ୍ୟା ୯ ହଜାର ୯୧୫ ଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩୨ରେ ପହଞ୍ଚିଛି।

ମହାରାଷ୍ଟ୍ର ତଳକୁ ରହିଛି ଗୁଜରାଟ। ଗୁଜରାଟରେ ମୃତକଙ୍କ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା  ୪ ହଜାର ୮୨ରେ ପହଞ୍ଚିଛି।
ସେହିପରି ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୩୯ ଥିବା ବେଳେ ମୃତକଙ୍କ ସଂଖ୍ୟା ୫୬ରେ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଆକ୍ରାଙ୍କ ମଧ୍ୟରୁ ମୃତ୍ୟୁ ହାର ଏଠାରେ କମ୍ ରହିଛି।

ସେହିପରି ମଧ୍ୟପ୍ରଦେଶରେ ୨ ହଜାର ୫୬୧ରେ ପହଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୨୯ରେ ରହିଛି।  ଉତ୍ତରପ୍ରଦେଶରେ ମୃତକଙ୍କ ସଂଖ୍ୟା ୩୯, ରାଜସ୍ଥାନ ୫୧, ଆନ୍ଧ୍ରପ୍ରଦେଶରେ ୩୧ ରହିଛି।

You might also like