୨୪ ଘଣ୍ଟାରେ ୨୩୦ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୯୪ରେ ପହଞ୍ଚିଛି । ୯୩ ହଜାର ୩୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୯୧ ହଜାର ୮୧୯ ଆରୋଗ୍ୟ ହୋଇଛନ୍ତି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୩୦ ଜଣଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ସର୍ବାଧିକ ୬୭, ୬୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୮୬ ମୃତ୍ୟୁ ହୋଇଛି । ଏବେ କରୋନା ଆକ୍ରାନ୍ତ ଦେଶ ମଧ୍ୟରେ ଭାରତ ସପ୍ତମ ସ୍ଥାନରେ ପହଞ୍ଚିଛି । ସେପଟେ ସଂକ୍ରମିତଙ୍କ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ଥିବା ବେଳେ ବ୍ରାଜିଲ ଦ୍ୱିତୀୟ ଓ ଋଷିଆ ତୃତୀୟ ସ୍ଥାନରେ ରହିଛନ୍ତି।

ଆମେରିକାରେ ୧୮ ଲକ୍ଷ ୩୭ ହଜାର ୧୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ୫ଲକ୍ଷ ୧୪ ହଜାର ୮୪୯ଜଣ ଓ ଋଷିଆରେ ୪ ଲକ୍ଷ୫ ହଜାର ୮୪୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ପେନ, ବ୍ରିଟେନ, ଇଟାଲୀ ଯଥାକ୍ରମେ ଚତୁର୍ଥ, ପଂଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି।

ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୬୨ ଲକ୍ଷ ୬୩ ହଜାର ୭୫୮ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ଲକ୍ଷ ୭୮ ହଜାର ୮୭୨ଜଣଙ୍କ ମୃତ୍ୟୁ ହୋଇଛି

You might also like