କରୋନା ଅପ୍‌ଡେଟ; ବିଶ୍ୱରେ ମୃତ୍ୟୁସଂଖ୍ୟା ୧୮, ୨୫୦ ଛୁଇଁଲା

ନୂଆଦିଲ୍ଲୀ: କୋଭିଡ୍ ୧୯ର କହର ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବିଶ୍ୱରେ ୪ ଲକ୍ଷ ୭ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ୧୯୬ଟି ଦେଶକୁ ବ୍ୟାପିସାରିଥିବା କରୋନାରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୫୦ରେ ପହଞ୍ଚିଛି । ୟୁରୋପରେ କରୋନା ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି ।

ଇଟାଲୀରେ ମୃତ୍ୟୁ ସଂଖ୍ୟା ୬ ହଜାର ୮୨୦କୁ ବୃଦ୍ଧି ପାଇଛି । ୬୯ ହଜାର ୧୭୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ସ୍ପେନ୍‌ରେ ୩୯ ହଜାର ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୮୦୦ ଜଣଙ୍କ ମୃତ୍ୟୁ ହୋଇଛି।  ଫ୍ରାନ୍ସରେ ୧୧ ଶହ ଜୀବନ ନେଲାଣି କୋବିଡ୍-୧୯ ଭୂତାଣୁ । ଆମେରିକାରେ ୬୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇରାନ୍‌ରେ ୧୯ ଶହ ୩୪ ଜଣଙ୍କ ଜୀବନ ଯାଇଛି।

ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଘର ଲୋକଙ୍କୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି।

You might also like