ଅଣ୍ଡରୱାଲ୍ଡ ଜଗତ ଉପରେ କରୋନା କହର : ଭୟରେ ଜୀବନ ବିତାଉଛନ୍ତି ମାଫିଆ ଓ ଗ୍ୟାଙ୍ଗଷ୍ଟର

ଅଣ୍ଡରୱାଲ୍ଡ ଜଗତରେ କରୋନା କହର । ଥରହର ହେଉଛନ୍ତି ମାଫିଆ ଓ ଗ୍ୟାଙ୍ଗଷ୍ଟର । ଚାରି ଆଡେ଼ ତାଣ୍ଡବ ରଚାଇ ଥିବା କରୋନା ଏବେ ଜେଲରେ ପଶିଛି । ବିହାରର ପୂର୍ବତନ ସାଂସଦ ତଥା ଡନ ଶାହାବୁଦ୍ଦିନ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି। ସେହିପରି ଡନ୍ ଛୋଟା ରାଜନ୍ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ପଡ଼ିଛି । ଅନ୍ୟପଟେ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ମଧ୍ୟ କରୋନାରେ ପୀଡ଼ିତ ଅଛନ୍ତି । ମହାମାରୀ ପାଇଁ ଅଣ୍ଡର ୱାଲ୍ଡ ଜଗତରେ ଏବେ ହାହାକାର ସୃଷ୍ଟି ହୋଇଛି ।

ଏବେ ସୁଦ୍ଧା ଘରେ ଘରେ ପଶିଥିଲା ଅସଦୃଶ୍ୟ ଭାଇରସ । ହେଲେ ଏବେ ଲାଗୁଛି ଅଣ୍ଡରୱାଲ୍ଡର ସୁପାରି ନେଇଛି ଭାଇରସ । ଭାରତର ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମ ପୂର୍ବରୁ କରୋନାରେ ସଂକ୍ରମିତ ହୋଇ ସାରିଛି । ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଦାଉଦ ଏବଂ ତା’ ସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇ କରାଚିର ଆର୍ମିିି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏବଂ ଦାଉଦର ବ୍ୟକ୍ତିଗତ ଷ୍ଟାଫ୍ ଓ ଗାର୍ଡ଼କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅନ୍ୟପଟେ ଦାଉଦର ଭାଇ ଅସୀମ ଏହି ଖବରକୁୁ ଖଣ୍ଡନ କରିଥିଲା । ତେବେ ବର୍ତ୍ତମାନ ସୂଚନା ଅନୁସାରେ ଦାଉଦର ପୁତୁରା ସିରାଜ କାସ୍କର ପାକିସ୍ତାନ କରାଚିର ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛି । ଆଉ ଏବେ କରୋନା ଭାଇରସ୍ ଦାଉଦର ଅନ୍ୟ ସମ୍ପର୍କୀୟଙ୍କୁ ଟାର୍ଗେଟ କରିଛି । ମୁମ୍ବାଇ ଜେଲରେ ଥିବା ଦାଉଦର ସମ୍ପର୍କୀୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

ସେପଟେ ଦାଉଦର ସବୁଠାରୁ ବଡ଼ ଶତ୍ରୁ ଛୋଟା ରାଜନ୍ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇସାରିଛି । ତିହାର ଜେଲରେ ବନ୍ଦ ଥିବା ଅଣ୍ଡରୱାଲ୍ଡ ଡନ୍ ଛୋଟା ରାଜନ୍ କରୋନାରେ ସଂକ୍ରମିତ ହେବା ପରେ ତାକୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ସେଠାରେ ତା’ର ଚିକିତ୍ସା ଚାଲିଛି ।

You might also like