ରାଜଧାନୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି । ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ  ସଂଖ୍ୟା ଶହେ ପାଖାପାଖି ରହୁଛି । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି।

ସଂକ୍ରମଣକୁ ରୋକିବା ପାଇଁ ହଟସ୍ପଟ୍‌ ଏରିଆ ଗୁଡିକୁ ସଟଡାଉନ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି ଦିଲ୍ଲୀ ସରକାର। କରୋନା ସ୍ଥିତିରେ ସୁଧାର ଆସିବା ପରେ ଦିଲ୍ଲୀ ସରକାର ବିବାହ ଉତ୍ସବରେ ୨୦୦ ଜଣ ଅତିଥିଙ୍କୁ ଯୋଗ ଦେବାକୁ ଅନୁମତି ଦେଇଥିଲେ । କିନ୍ତୁ ଏହି ସଂଖ୍ୟାକୁ ୫୦କୁ କମାଇବାକୁ ଏବେ ଯୋଜନା କରାଯାଇଛି ।

ଏଥିସହ ମାର୍କେଟ ଗୁଡିକରେ ଏବେ ଅସମ୍ଭବ ଭିଡ ଦେଖିବାକୁ ମିଳୁଛି। ଅନେକ ଲୋକ ମାସ୍କ ପିନ୍ଧି ନଥିବା ସହ ସାମାଜିକ ଦୂରତ୍ୱ ପାଳନ କରି ନଥିଲେ॥ ଏଥିଯୋଗୁଁ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଗତ ରବିବାର ଦିଲ୍ଲୀର କରୋନା ସ୍ଥିତି ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିଥିଲେ ।

You might also like