ଆମେରିକାରେ ସ୍ଥିତି ଗମ୍ଭୀର, ବ୍ରିଟେନ୍‌ରେ ବଢୁଛି ମୃତ୍ୟୁ ସଂଖ୍ୟା

ନ୍ୟୁୟର୍କ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୮୫ ହଜାର ୪୦୦ରୁ ଅଧିକ ଜୀବନ। ପୃଥିବୀର ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ୨୬ ଲକ୍ଷ ୬୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଆମେରିକାରେ ସର୍ବାଧିକ ୮ଲକ୍ଷ ୯୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୪୭ ହଜାର ୬୦୦ ଅତିକ୍ରମ କରିଛି।

ସେହିଭଳି ଇଟାଲୀରେ ୧ ଲକ୍ଷ ୮୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସ୍ପେନରେ ୨ଲକ୍ଷ ୧୩ ହଜାରରୁ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହାଛଡ଼ା ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ୍ ଭଳି ରାଷ୍ଟ୍ରରେ ବି କରୋନାର କହର ଲାଗି ରହିଥିବାରୁ ଏଠାରେ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ଏପଟେ ଆମେରିକାରେ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେଉଥିବାରୁ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପ୍ରବେଶ ଉପରେ ୬୦ ଦିନ ଲାଗି ସାମୟିକ କଟକଣା ଜାରି କରିଛି ଟ୍ରମ୍ପ ପ୍ରଶାସନ। ଦେଶରେ ଆର୍ଥିକ ଅବସ୍ଥାର ସୁଧାର ଆସିବା ପରେ ଆମେରିକାର ନାଗରିକମାନଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୧, ୨୪୭

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୧, ୪୮୦ କରୋନା ପଜିଟିଭ, ଖୋର୍ଦ୍ଧାରୁ କମୁଛି, ଅନୁଗୋଳରେ ବଢୁଛି

କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

You might also like