ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ।  ବର୍ତ୍ତମାନ ସୁଦ୍ଧା ୪୮ .୧୯ ପ୍ରତିଶତ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏପ୍ରିଲ ୧୫ରେ ଆରୋଗ୍ୟ ହାର ୧୧.୪୨ ଥିବା ବେଳେ ମେ’  ୩ରେ ୨୬.୫୯ ଥିଲା। ସେହିପରି ମେ’ ୧୮ରେ ଆରୋଗ୍ୟ ହାର ୩୮.୨୯ ପ୍ରତିଶତ ରହିଥିଲା ।

ଏହାସହ ଆଉ ଏକ ଆଶ୍ୱାସନାର ବିଷୟ,  କୋରନା ଆକ୍ରାନ୍ତଙ୍କ ମୃତ୍ୟୁ ହାର ମଧ୍ୟ କମୁଛି।  ୨. ୮୩ ପ୍ରତିଶତ କରୋନା ସଂକ୍ରମିତ ମୃତ୍ୟୁ ମୁଖରେ ପଡୁଥିବା କେନ୍ଦ୍ର ସ୍ୱା ସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସାରା ବିଶ୍ୱରେ ମୃତ୍ୟୁ ହାର ୬.୧୯ ରହିଛି ।

ସୂଚନାଥାଉ କି, ଏବେ ଦେଶରେ ୧ ଲକ୍ଷ ୯୦ ହଜାର ୫୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୩୯୪ ଜଣଙ୍କ ମୃତ୍ୟୁ ଘଟିଛି।  ସୋମବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୮ହଜାର ୩୯୨ ଜଣ ଆକ୍ରାନ୍ତ ହେବା ସହ ୨୩୦ ଜଣଙ୍କ ମୃତ୍ୟୁ ଘଟିଛି। 

You might also like