ଆମେରିକାରେ ବଢୁଛି କରୋନା ମୃତ୍ୟୁ ; ୨୪ ଘଣ୍ଟାରେ ୧୫୦୦ରୁ ଅଧିକ

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛିି କରୋନା ସଂକ୍ରମଣ। ବିଶ୍ୱର ୨୧୦ ଦେଶରେ ବ୍ୟାପିଥିବା କରୋନା ଜନିତ ମୃତ୍ୟୁ ୧ ଲକ୍ଷ ୧୪ ହଜାର ଟପିଗଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୮ ଲକ୍ଷକୁ ପାର କରିଛି।  ବିଶେଷ କରି ଆମେରିକା, ସ୍ପେନ, ଇଟାଲି ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି।

ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆମରିକାରେ କରୋନା ଜନିତ ମୃତ୍ୟୁ ୨୨ ହଜାର ଟପିଥିବାବେଳେ ୫ ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ୩୨,୬୩୪ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧୧, ୭୬୬ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ୟୁରୋପର ସ୍ଥିତି ମଧ୍ୟ ଦିନକୁ ଦିନ ଜଟିଳ ହେଉଛି।  ବର୍ତ୍ତମାନସୁଦ୍ଧା ୟୁକେରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ  ସାରିଥିବା ବେଳେ ୮୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। 

ସେହିପରି ସ୍ପେନ୍‌ରେ ମୋଟ ସଂକ୍ରମିତ ୧ ଲକ୍ଷ ୬୬ ହଜାରରୁ ଅଧିକ ରହିଛି। ଏଯାବତ ୧୭,୨୦୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୧୬୬,୮୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ୮୭,୨୩୧ ଜଣ ଚିକିତ୍ସାଧୀନ ଥିବାବେଲେ ୭,୩୭୧ ଜଣ ଗୁରୁତର ରହିଛନ୍ତି। ସେହିପରି ୬୨,୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟାରେ ଇଟାଲୀ ରହିଛି। ଏଯାବତ ୧୯,୮୯୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୬,୩୬୩ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୦୨,୨୫୩ ଜଣ ଚିକିତ୍ସାଧୀନ ଥିବାବେଳେ ୩,୩୪୩ ଗୁରୁତର ରହିଛନ୍ତି। ୩୪,୨୧୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

AMERICA_CORONA_AVO_SK

ITALY_CORONA_AVO_SK

You might also like