ଦେଶରେ ସଙ୍ଗୀନ ହେଲା କରୋନା ସ୍ଥିତି, ୨୪ ଘଣ୍ଟାରେ ୬,୫୬୬ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ରିପୋର୍ଟ ଆସିଛି । ଦିନକ ମଧ୍ୟରେ ୬ ହଜାର ୫୬୬ ନୂଆ ପଜିଟିଭ୍ ସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩ଶହ ୩୩ ପାର କରିଛି ।

ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ ୧୯୪ ଜଣ ପ୍ରାଣ ହରାଇଛନ୍ତି । ଏହା ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ହଜାର ୫ଶହ ୩୧ ଛୁଇଁଛି । ଦେଶରେ ଆକ୍ଟିଭ କେସ୍ ୮୬ ହଜାର ୧୧୦ ଥିବାବେଳେ ୬୭ ହଜାର ୬୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

ତେବେ ମହାରାଷ୍ଟ୍ରରେ ସ୍ଥିତି ଅଧିକ ସଂଗୀନ ରହିଛି । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ୯୪୮ ଛୁଇଁଥିବା ବେଳେ ୧୮୯୭ ଜଣଙ୍କ ମୃତ୍ୟୁ ହେଲାଣି । ଗୁଜରାଟରେ ୯୩୮, ମଧ୍ୟପ୍ରଦେଶରେ ୩୧୩, ପଶ୍ଚିମବଙ୍ଗରେ ୨୮୯, ଦିଲ୍ଲୀରେ ୩୦୩, ରାଜସ୍ଥାନରେ ୧୭୩ ଏବଂ ୟୁପିରେ ୧୮୨ ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା।

You might also like